ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଘିକୁଣ୍ଡି ଠାରେ ଗୋ-ମାହେଶ୍ୱରୀ ସେବା ସମିତି ପକ୍ଷରୁ ମାଁ ମାହେଶ୍ୱରୀ ଗୋ-ସେବାଶ୍ରମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଗୋ-ମାହେଶ୍ୱରୀ ସେବା ସମିତିର ସଂସ୍ଥାପକ ସଦସ୍ୟ ଆଚାର୍ଯ୍ୟ ଆଲୋକ କୁମାର ପଧାନ ଭାରତୀୟ ଦେଶୀ ଗୋବଂଶର ସୁରକ୍ଷା, ସମ୍ବର୍ଦ୍ଧନ, ସଂପୋଷଣ ଓ ସେବା ସହିତ ଭାରତୀୟ ଗୋସଂସ୍କୃତିର ପୁନରୁଦ୍ଧାର ଏହି ସେବାଶ୍ରମ ପ୍ରତିଷ୍ଠାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ ।