ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ଜୟରାମ ପାଙ୍ଗି ।
ଗତ ୩ ଦିନ ହେବ ପାଙ୍ଗି ହାଇଦ୍ରାବାଦରେ ଥିବା ବେଳେ କେସିଆରଙ୍କ ସହ ବୈଠକ କରିଛନ୍ତି। ଯୋଗାଯୋଗ କରିବାରୁ ନିମନ୍ତ୍ରଣ ପାଇ ଆସିଛି ବୋଲି ପାଙ୍ଗି କହିଛନ୍ତି। ଏହା ପୂର୍ବରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ କେସିଆରଙ୍କୁ ଭେଟିଥିଲେ।