ହରିଚନ୍ଦନପୁର ବ୍ଲକ ଖଜୁରୀବାଣୀ ଗ୍ରାମ ନିକଟରେ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ରମଣୀୟ ଜଳ ପ୍ରପାତ ନିକଟରେ ପ୍ରଥମ ମକର ମେଳା ଆରମ୍ଭ ହୋଇ ଯାଇଛି। ସ୍ଥାନୀୟ ଲୋକ ଙ୍କ ଉଦ୍ୟମରେ ଆୟୋଜିତ ଏହି ମକର ମେଳା ବୁଲି ଦେଖିବାକୁ ଆଖପାଖ ଅଂଚଳର ଲୋକ ଙ୍କ ସମାଗମ ହୋଇଛି।
ନୃତ୍ୟ ଗୀତ କରି ଲୋକ ମାନେ ମକର ଉତ୍ସବ କୁ ଧୁମ୍ ଧାମରେ ପାଳନ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଏଭଳି ପାଳନ କରାଯିବ ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ ପ୍ରଫୁଲ୍ଲ ବେହେରା ସୂଚନା ଦେଇଛନ୍ତି।