ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗାମାଙ୍ଗ।
ବିଜେପି ଛାଡ଼ି ଉଭୟ ବିଆର୍ଏସ୍ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ହେଲେ ଏ ନେଇ ଶିଶିର ଗମାଙ୍ଗ ଗଣମାଧ୍ୟମରେ କହିଛନ୍ତି, ବିଆରଏସରେ ଯୋଗ ଦେବାକୁ ଆମକୁ ଅଫର ଦିଆଯାଇଛି, ଏବେ ଆମେ କିଛି ନିଷ୍ପତ୍ତି ନେଇନୁ, ଆମେ ଏବେ ବିଜେପିରେ ଅଛୁ। ସେପଟେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ତେଲଙ୍ଗାନା ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଛି ।