ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ଗ୍ରାମ ଠାରେ ଆଜି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୧୩୮ ଗୋଟି ଅଭିଯୋଗ ପୁଞ୍ଜିକରଣ ହୋଇଥିବା ବେଳେ ୬୧ ଗୋଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତିକାନ୍ତ ବଲିଆର ସିଂ ପ୍ରକାଶ କରିଛନ୍ତି।