ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ଶୁଣାଣି କରି ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏହା ସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଛନ୍ତି କୋର୍ଟ। କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।