ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ଆଜି ସକାଳେ ଏହାର କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା।
ଏଥିସହ ଆଜି ପୁଣି ଥରେ ଇଡି କାର୍ଯ୍ୟାଳୟରେ ଅକ୍ଷୟ ପରିଜା ହାଜର ହେବେ ବୋଲି ଜଣାପଡ଼ିଥିବା ବେଳେ ଉଭୟଙ୍କର ମୁହାଁମୁହିଁ ଜେରା ହୋଇପାରେ ବୋଲି ବି ଶୁଣିବାକୁ ମିଳୁଛି। ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ।