ବିନିକା ସିଦ୍ଧାର୍ଥ ଜୁନିଅର କଲେଜରେ ନୂତନ କରି ପାଦ ପକାଇଥିବା ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆଜି ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ରେଖା ପ୍ରଧାନ ଅଧ୍ୟକ୍ଷତା କରି ନୂତନ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ପଡି ଆସିବା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଅଧ୍ୟାପକ/ଅଧ୍ୟାପିକା ମଧ୍ୟ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିଥିଲେ।