କେନ୍ଦୁଝର ସହର ଦେଇ ବାରମ୍ବାର ଗୋ ଚାଲାଣ ହେଉଥିଲେ ହେଁ ପୋଲିସ ବିଭାଗ ରୋକିବାରେ ବିଫଳ ହେଉଥିବାରୁ ବଜରଙ୍ଗ ଦଳ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।
ସ୍ଥାନୀୟ ଯୁଡ଼ିଆ ଘାଟିରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ହେବା ପରେ ସେଥିରେ ଗୋରୁ ଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀ ମାନେ ପହଞ୍ଚି ପୁଲିସକୁ ଜିମା ଦେଇଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟି ଗୋରୁ ମୃତାହତ ହେଉଥିବା ବେଳେ ଦୃତ ଗତିରେ ଟୋଲ ଗେଟ ଭାଙ୍ଗି ତସ୍କର ମାନେ ଗୋ ଚାଲାଣ କରୁଥିଲେ ହେଁ ପୁଲିସ ଅଙ୍କୁଶ ଲଗାଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି।