ବଣ ଜଙ୍ଗଲ ଛାଡ଼ି ଗାଁ ଗଣ୍ଡାରେ ଉପଦ୍ରବ ଚଳାଇ ଥିବା ହାତୀ ଏବେ ସହର ମୁହାଁ। ଗତକାଲି ରାତିରେ ଏକ ଦନ୍ତା ହାତୀ ସିଦ୍ଧମଠ ଜଙ୍ଗଲ ଦେଇ କେନ୍ଦୁଝର ସହର ଏକ ନମ୍ବର ୱାର୍ଡରେ ଉପଦ୍ରବ କରିଛନ୍ତି।
ଲୋକଙ୍କ ଘର ଭାଙ୍ଗିବା ସହ ବଡ଼ଦାଣ୍ଡରେ ବୁଲିବା ଫଳରେ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ରାତି ଅନିଦ୍ରା ହୋଇ ଲୋକମାନେ ହାତୀ ଦେଖି ବା ସହ ବନ ବିଭାଗ କର୍ମଚାରୀଙ୍କ ସହିତ ଘଉଡ଼ାଇଥିଲେ। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି।