ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ହୋଇଛି।
କ୍ୟାନ୍ସରରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଥିଲେ। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରିବା ସହ ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ରରେ ଲୋକଙ୍କ ହୃଦୟ ଜିତିଥିଲେ।