ହିନ୍ଦୀ ବଙ୍ଗଳା ଚଳଚ୍ଚିତ୍ରର ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି l ତାଙ୍କର ବିଭିନ୍ନ ଅଙ୍ଗ ଅଚଳ ହୋଇଯିବା ସହ ସେ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ l
ଶ୍ରୀ ମଜୁମଦାର ଓଡ଼ିଆ ସିନେମା ଅକୁହା କଥାର ନିର୍ଦ୍ଦେଶକ ଥିଲେ l ଫିଲ୍ମଟି ୧୯୯୪ରେ ମୁକ୍ତିଲାଭ କରିଥିଲା l ଲକ୍ଷ୍ମୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମାରେ ଉତ୍ତମ, ଅପରାଜିତା ଓ ମହାଶ୍ଵେତା ପ୍ରମୁଖ ଅଭିନୟ କରିଥିଲେ l ନିମାଇ ମହାନ୍ତିଙ୍କ ଗୀତକୁ ସଂଗୀତରେ ସଜାଇଥିଲେ ବାପି ଲାହିରି l ପ୍ରଯୋଜନା କରିଥିଲେ ଅତଲୁରୀ ପୂର୍ଣ୍ଣଚନ୍ଦ୍ର ରାଓ l