ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ନେଇ ମହାନଦୀ ଓ ତେଲନଦୀର ସଂଗମସ୍ଥଳି ନିକଟ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ଏବଂ ବନୀକରଣ ଦାବିରେ ଆଜି ୧୫ଟି ସାମାଜିକ ସଂଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଛକରୁ ଏକ ବାଇକ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜଙ୍କୁ ଦାବୀପତ୍ର ଦେଇଛନ୍ତି।