ତିହିଡି ବ୍ଲକ ମହରମପୁର ପଞ୍ଚାୟତ ଷାଠିବାଟି ଗାଁର ଏକ ପୋଖରୀରେ ଏକ କୁମ୍ଭୀର ଥିବାର ଲୋକେ ଦେଖିବାକୁ ପାଇଥିବା ବେଳେ ଆଠ ଘଣ୍ଟା ସଂଘର୍ଷ ପରେ ପୋଖରୀରୁ ଧରାଯାଇଛି ଏହି ୪ଫୁଟିଆ କୁମ୍ଭୀର।
ଦିନ ତମାମ ବନ ଓ ଅଗ୍ନିଶମ ବିଭାଗ ସମେତ ବିଶିଷ୍ଟ ସର୍ପ ଧରାଳୀ ସେକ୍ ମିର୍ଜାଙ୍କୁ ନାକେଦମ ହେବାକୁ ପଡିଥିଲା। ତିହିଡି ପ୍ରଶାସନ ପକ୍ଷରୁ ପୋଖରୀରୁ ପାଣି ନିଷ୍କାସନ ପରେ ସନ୍ଧ୍ୟାରେ ଧରା ପଡିବାପରେ ବନ ବିଭାଗ ପକ୍ଷରୁ କୁମ୍ଭୀରଟିକୁ ଚାନ୍ଦବାଲି ନିଆଯାଇଥିବା ଜଣାଯାଇଛି। କୁମ୍ଭୀରଟିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା।