୮ଘଣ୍ଟା ପରେ ଉଦ୍ଧାର ହେଲା କଲରାପତରିଆ ବାଘ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଆଜି ଏକ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ଖବର ପାଇ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା,ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ପହଞ୍ଚିଥିଲେ।

ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘ ଗୋଡ଼ରେ ଲାଗିଥିବା ଫାସ ବୁଦାରେ ଅଟକି ବାଘଟି ଗର୍ଜନ କରୁଥିଲା। ସାତକୋଶିଆର ବନ୍ୟପ୍ରାଣୀ ଡା. କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିବାପରେ ଯନ୍ତାରେ ଭର୍ତ୍ତି କରି କୋର ଏରିଆକୁ ବନ ବିଭାଗ ନେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes