କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ ଶୁକ୍ରବାର ୩ ମାଇକ ଆମ୍ପ୍ଲୀ ଫେୟାର୍ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋରମାନେ ହେଉଛନ୍ତି ପାଟଣା ଥାନା ମୁଖ୍ୟାଳୟ ଦୂର୍ଗାଦେଇ ପୁର ଗ୍ରାମର ଭେଲୁ ଓରଫ ଚନ୍ଦ୍ର ଶେଖର ବରଡିଆ (୩୫), ବଡ ପାଟଣା ଗ୍ରାମର ସିପୁ ଓରଫ ରଞ୍ଜନ କାରୁଆ (୩୦) ଓ ଟାଇଁଶିରା ଗ୍ରାମର ଟୁଲୁ ଓରଫ ଡାକ୍ତର କାରୁଆ (୨୫)।
ସୂଚନା ଯେ, ର୍ଦୂର୍ଗାଦେଇପୂର ଗ୍ରାମରେ ଓଷା ଚାଲିଥିବା ବେଳେ ଗ୍ରାମର ମାନସ ବେହେରା ପ୍ରସେଶନ ପିକଅପ ଗାଡ଼ିରେ ୨ଟି ସାଉଣ୍ଡ ଆମ୍ପ୍ଲିଫେୟାର ମେସିନ ରଖିଥିଲେ। ଗତ ମଙ୍ଗଳବାର ବିଳମ୍ୱିତ ରାତ୍ରୀରେଏହି ୩ ଦୁର୍ବୃତ୍ତ ମିଶି ନେଇଯାଇଥିଲେ।