ସ୍କୁଲରେ ପ୍ରାର୍ଥନା ପରେ ୯ମ ଶ୍ରେଣୀ ଛାତ୍ରୀ ଅଚେତ ହୋଇ ମୃତ

ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ବାଳିକା ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ମୃତ ଛାତ୍ରୀ ଜଣଙ୍କ ହେଲେ ମନିଷା ବେହୁରିଆ। ସେ ନବମ ଶ୍ରେଣୀରେ ପଢ଼ୁଥିଲେ। ମନିଷାଙ୍କ ଘର ରାଧାବଲ୍ଲଭପୁର ପଞ୍ଚାୟତ କାଳିସାହିରେ।ଆଜି ମନିଷା ପ୍ରାର୍ଥନା କରୁଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଶିକ୍ଷକଶିକ୍ଷୟିତ୍ରୀମାନେ ତାଙ୍କୁ ମେଡିକାଲ ନେଇଥିଲେ। ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes