ବିଶ୍ୱ ଦକ୍ଷତା ଦିବସ ଅବସରରେ ସୋନପୁରର ପଦ୍ମିନୀ ଦେବୀ କଲେଜରେ ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ବରିଷ୍ଠ ଓକିଲ ବଳଦେବ ବେଦବାକଙ୍କ ପୌରୋହିତ୍ୟରେ “ସ୍ୱାବଲମ୍ବୀ ଭାରତ ଅଭିଯାନ” ପାଳିତ ହୋଇଛି।
ଏଥିରେ ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସୀତାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଓ ବ୍ୟାସଦେବ ମିଶ୍ର, ଗୌରହରି ନାଏକ, ଅଧ୍ୟାପକ ରାମନାରାୟଣ ପାଣିଗ୍ରାହୀ ଓ କାମଦେବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।