ସୁବଳୟାରେ ନୂତନ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଜଗନ୍ନାଥ ରାସ୍ତା ଠାରେ ନୂତନ ହନୁମାନ ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଶତାଧିକ ମହିଳାଙ୍କ ଦ୍ଵାରା ନିକଟସ୍ଥ ସୁରୁବାଲି ଯୋର ଠାରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୌଦ୍ଧ ଜିଲ୍ଲା କୁମ୍ଭାରିପାଲିର ଆଶିଷ ଦାସଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବ୍ରଜଗୋପାଳ ମହାପାତ୍ର ସପତ୍ନିକ ଏଥିରେ କର୍ତ୍ତା ରହିଥିଲେ । ସନ୍ତୋଷ ପୁଜାହାରୀ ଓ ହିମାଂଶୁ ଷଡ଼ଙ୍ଗୀ ପୂଜକ ଭାବେ କାର୍ଯ୍ୟ ତୁଳେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes