ସ୍ଥାନୀୟ ମାଧପୁର ସାହିରେ ଜଣେ ଲୋକଙ୍କ ଘରେ ପଥ ଭ୍ରଷ୍ଟ ହୋଇ ଏକ ବାଜ ପକ୍ଷୀ ପଶି ଯାଇଥିଲା। ଏହାକୁ ଉଦ୍ଧାର କରି ପରିବାର ଲୋକେ ସଦର ରେଞ୍ଜ କର୍ମଚାରୀ ଙ୍କୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ଏହାକୁ ଚିକିତ୍ସା କରି ରାତିରେ ଜଙ୍ଗଲ ରେ ଛାଡ଼ିଦେବେ ବୋଲି ସୂଚନା ମିଳିଛି।
ବଣ ଜଙ୍ଗଲ କ୍ଷୟ ହେବା ସହ ଖାଦ୍ୟାଭାବ ଯୋଗୁଁ ଲୋପ ପାଇ ବାକୁ ବସିଥିବା ବାଜ ପକ୍ଷୀ ସହର ମୁହାଁ ହୋଇ ଫେରି ପାରି ନ ଥିଲା ବୋଲି କୁହାଯାଉଛି।