କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଦ୍ଵିତୀୟ ଦିନ ହେଲା ସଫେଇ କାମ ବାଧାପ୍ରାପ୍ତ ହୋଇଛି।
ଫଳରେ ରାସ୍ତା ଘାଟ, ଡ୍ରେନରେ ମଇଳା ଆବର୍ଜନା ସଫେଇ ହୋଇ ପାରିନାହିଁ। ବର୍ଷା ହେଉଥିବାରୁ ଏହି ମଇଳା ଆବର୍ଜନା ପାଣିରେ ଭାସି ଏଣେ ତେଣେ ପଡୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।