ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ହିମାଂଶୁ ଖଟୁଆ

ଖ୍ୟାତିସମ୍ପର୍ଣ୍ଣ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଆଜି କୋଲକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ l ଏହି ପ୍ରତିଷ୍ଠାନ ଚଳଚିତ୍ର ସଂସ୍କୃତିର ବିକାଶ ପାଇଁ ସମର୍ପିତ l
ନିର୍ଦ୍ଦେଶକ ଭାବେ ଏହି ଧାରାକୁ ଆଗାମୀ ଦିନରେ ଆହୁରି ପ୍ରସାରିତ କରିବି ବୋଲି ଦାୟିତ୍ୱ ନେବା ଅବସରରେ ଶ୍ରୀ ଖଟୁଆ କହିଛନ୍ତି l କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଆଭିମୁଖ୍ୟକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes