କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଧୁମଧାମରେ ରେ ଆଜି ସମ୍ପନ୍ନ ହୋଇଥିବା ବେଳେ ଦୀର୍ଘ ଏକୋଇଶି ଦିନ ବ୍ୟାପୀ ଚାପଖେଳ ସ୍ଥାନୀୟ ଚନ୍ଦନ ପୋଖରୀ ରେ ଅନୁଷ୍ଠିତ ହୋଇ ଯାଇଛି।
ଶ୍ରୀ ଜିଉ ଙ୍କ ଚାପଖେଳ ଦେଖିବା ପାଇଁ ଭକ୍ତ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ରଙ୍ଗବେରଙ୍ଗ ଆଲୋକ ସଜା ସାଙ୍ଗକୁ ବିଭିନ୍ନ ପ୍ରକାର ର ବାଣ ପରିବେଶ କୁ ରଙ୍ଗୀନ୍ କରିଥିଲା। ପାରମ୍ପରିକ ରୀତିରେ ଶ୍ରୀ ଜିଉ ଙ୍କୁ ଶ୍ରୀ ମନ୍ଦିର ରୁ ବିମାନ ରେ ବସାଇ ସାହି ପରିକ୍ରମା କରି ଚନ୍ଦନ ପୋଖରୀ କୁ ଆଣି ପୂଜାର୍ଚ୍ଚନା କରି ଚାପ ଖେଳିବା ପରେ ଶ୍ରୀ ମନ୍ଦିରକୁ ଫେରିଛନ୍ତି।