ଅନୁଗୋଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ରଗୁଡିତଇଳା ଅଞ୍ଚଳରେ ଆଜି କିଛି ଚାଷୀ କାମ ସାରି ଘରକୁ ଫେରୁଥିବା ବେଳେ ଏକ ବୁଦା ମୂଳେ ନବଜାତ ଶିଶୁ କନ୍ୟାର କାନ୍ଦ ଶୁଣି ଗ୍ରାମରେ ଖବର ଦେବାପରେ ଲୋକମାନେ ସେଠାରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଯତ୍ନ ନେଇଥିଲେ।
ତେବେ କୌଣସି କୁମାରୀ ଝିଅ ମାତୃତ୍ୱ ଲାଭ ପରେ ଲୋକ ଲଜ୍ଜା ଭୟରେ ଶିଶୁଟିକୁ ସେଠାରେ ଫିଙ୍ଗି ଦେଇ ଚାଲିଯାଇଥିବା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ଆଜି ଭଳି ଦିନରେ ଜନ୍ମ ଦେଇଥିବା ମାଆ ନିଜର ମାନବିକତା ଭୁଲିଯାଇ ଏଭଳି କାର୍ଯ୍ୟ କରିବା ଘଟଣାକୁ ନିନ୍ଦା କରାଯାଉଛି।