ବୁର୍ଲା ମେଡିକାଲରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ନିଜ ଘରକୁ ନ ନେଇ ମେଡିକାଲରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି।
ଶେଷରେ ଦୀର୍ଘ ସମୟ ବେଡ଼ରେ ଶବ ପଡ଼ି ରହିବା ପରେ ମେଡିକାଲ କର୍ତ୍ତୃପକ୍ଷ ଶବକୁ ବାଧ୍ୟହୋଇ ପୁଲିସ୍କୁ ହସ୍ତାନ୍ତର କରିଥିଲା ଏବଂ ପରେ ସମ୍ବଳ ଅନୁଷ୍ଠାନ ଶବ ସତ୍କାର କରିଥିଲା ।