କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ବିଟ ଭଣ୍ଡାରୀ ପଶିରୁ ଆଜି ୪ଟି ଶାଳ ଗଣ୍ଡି ଓ ମଲ୍ଲୀପଶି ବିଟ ଘୁଣ୍ଟିଝରି ଗ୍ରାମରୁ ୬ ଖଣ୍ଡ ଶାଳ ଗଣ୍ଡିକୁ ବନ ବିଭାଗ ଜବତ କରିଛି।
ଜବତ କାଠ ଗଣ୍ଡି ଗୁଡିକର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ରେଞ୍ଜେର ଟିକେଶ୍ୱର ମହାନ୍ତ କହିଛନ୍ତି। ଏହି ଚଢ଼ାଉରେ ପାଟଣା ବନପାଳ ଚିତ୍ତରଞ୍ଜନ ପରିଡା, ପାରାଷ୍ଟାପ୍ କର୍ମଚାରୀ ତ୍ରିଲୋଚନ ମହାନ୍ତ, ଏମ ଡି ୱାସିମ, ଅଟଳ ବିହାରୀ ସେଠୀ, ସଞ୍ଜୟ ମହାନ୍ତ, ଓ ଉମେଶ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।