ରାଜ ରାସ୍ତାକୁ ଅବରୋଧ କଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କଣ୍ଟାବଣି ସ୍କୁଲରେ ଜଣେ ଶିକ୍ଷକଙ୍କୁ ନେଇ ପାଠ ପଡା ଚାଲୁଥିଲା ଏବଂ ବାରମ୍ବାର ଅଭିଯୋଗ ପରେ ଵି ଶିକ୍ଷକ ନିଯୁକ୍ତି ନ ମିଳିବାରୁ ଆଜି ବାଧ୍ଯ ହୋଇ ଛାତ୍ର ଛାତ୍ରୀ ଅଭିଭାବକ ଗ୍ରାମବାସୀ ମାନେ ଭୋଗରାଇର ବ୍ଳକକୁ ଜନଶୁଣାଣି ପାଇଁ ଆସିଥିବା କଲେକ୍ଟର ଫେରିବା ସମୟରେ ତାଙ୍କୁ ଅଟକାଇବେ ବୋଲି ବାରମାଇଲ ନିକଟରେ ରାସ୍ତା ଅବରୋଧ କରିଥିଲେ ।

ତେବେ କଲେକ୍ଟର ଆସିବା ଆଗରୁ କମର୍ଦ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହିତ ବିଇଓ ତିନି ଦିନ ଭିତରେ ନୂତନ ଶିକ୍ଷକଙ୍କ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes