ରାଜନୈତିକ ହିଂସାକୁ ନେଇ ଆକ୍ରମଣ, ଯୁବକ ଗୁରୁତର

ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ା ଥାନା ଅଧୀନ ଅସ୍ତପଙ୍ଗା ଗ୍ରାମର ସୁଦର୍ଶନ ଓରାମଙ୍କ ପୁଅ ଦୁଷ୍ମନ୍ତ ଓରାମ (୨୯) ଆଜି ସନ୍ଧ୍ୟା ସମୟରେ ନିଜ ବାଇକରେ ଜୁଙ୍ଗା ଛକ ରୁ ଫେରୁଥିବା ବେଳେ ବକ୍ସିବାରିଗାଁ ଅଞ୍ଚଳର ୧୫ଜଣ ଯୁବକ ମିଶି ପଥର ଓ କାଚ ବୋତଲ ରେ ମରଣାତ୍ମକ ଆକ୍ରମଣ କରିଥିଲେ । ଦୁଷ୍ମନ୍ତ ଗୁରୁତର ଅବସ୍ଥାରେ ରକ୍ତ ଯୁଡୁବୁଡୁ ହୋଇ ରାସ୍ତା କଡ଼ରେ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି ଏକ ଟେମ୍ପୋ ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଛି ।

ରାଜନୈତିକ ଶତ୍ରୁତା କାରଣରୁ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes