ରାଉରକେଲାରେ ଆରମ୍ଭ ହେବ ମୋ ବସ୍ ସେବା

ଆଗାମୀ ହକି ବିଶ୍ୱକପ୍ ପାଇଁ ୧୦୦ଟି ନୂଆ ବସ୍ ସହିତ ରାଉରକେଲାରେ ଆରମ୍ଭ ହେବ ମୋ ବସ୍ ସେବା।

ଏ ନେଇ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଉରକେଲା ସମେତ ୫ଟି ମହାନଗରରେ ବିଶ୍ୱକପ ଉତ୍ସବ ପାଳନ ହେବ। ରାଉରକେଲା ବିମାନ ବନ୍ଦରକୁ ନିୟମିତ ବିମାନ ସେବା ଆରମ୍ଭ କରାଯିବ। ଖେଳାଳି ଓ ଅଫିସିଆଲଙ୍କ ଯାତାୟାତ ପାଇଁ ଚାର୍ଟାର୍ଡ ବିମାନ ବ୍ୟବସ୍ଥା କରାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes