୫ଟି ସ୍କୁଲ ଗୁଡ଼ିକର ରୂପାନ୍ତରିକରଣ କାର୍ଯ୍ୟ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ରକ୍ଷଣା ବେକ୍ଷଣ ଅଭାବରୁ ସେସବୁ ନଷ୍ଟ ହୋଇଯାଉଛି। କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ ହୋଇଥିବା ଅନେକ କାମ ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ନଷ୍ଟ ହେବାକୁ ବସିଛି।
ବଡ ବଡ କୁଣ୍ଡ କିଣି ମୂଲ୍ୟବାନ ଗଛ ଲଗାଯାଇଥିଲା। କିନ୍ତୁ ସେସବୁ ଶୁଖି ନଷ୍ଟ ହୋଇ ଯାଇଥିଲେହେଁ କାହାରି ନଜର ନାହିଁ। ଏହି ରୂପାନ୍ତରିତ କାର୍ଯ୍ୟ ସମୟ ରେ ବହୁ ପୁରୁଣା ମୂଲ୍ୟବାନ ଗଛକଟା ଯାଇଥିଲେହେଁ ନୂତନ ଗଛରୋପଣ ଓ ରକ୍ଷଣ ବେକ୍ଷଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।