ଯୋଡ଼ା ଥାନା ଗଲେ ସଦର ଥାନା ଅଧିକାରୀ

ଯୋଡ଼ା ଥାନାକୁ ବଦଳି ହେଲେ ସଦର ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ । ଯୋଡ଼ା ଥାନା ଅଧିକାରିଣୀ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଏସପି ଅଫିସରୁ ଏକ ସ୍ବତନ୍ତ୍ର ଆଦେଶ ନାମରେ ଏହି ଆଦେଶ ହୋଇଛି।

ଯୋଡ଼ାରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବା ପାଇଁ ଏଭଳି ଆଦେଶ ହୋଇଥିବା କୁହାଯାଉଛି। ତେବେ ସଦର ଥାନା ଏସ ଆଇ ଦୁଷ୍ମନ୍ତ ସିଂଙ୍କୁ ଦାୟିତ୍ଵ ଦେବାକୁ କୁହାଯାଇଛି। ଏହି ଆଦେଶନାମା ୨୪ ତାରିଖରେ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes