ଯୁବତୀଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନଛିପୁର ଗାଁର ଜଣେ ଯୁବତୀ ତାଙ୍କ ଭଉଣୀଙ୍କ ସହ ଗାଁ ପାଖ ଗଛକୁ କୋଳି ଖାଇବା ପାଇଁ ଯାଇଥିବା ବେଳେ ଏହି ସମୟରେ ସେଠାରେ ଚନ୍ଦ୍ରମଣି ସେନାପତି ନାମକ ଯୁବକ ପହଁଚି କୌଣସି କାରଣରୁ ସଂଯୁକ୍ତା ତାଙ୍କ ଭଉଣୀଙ୍କୁ ଗାଳିଗୁଲଜ କରିଥିଲେ ।

ଏଥିରେ ଚନ୍ଦ୍ରମଣି ରାଗିଯାଇଥିଲେ । ଘରକୁ ଯାଇ ରଖିଥିବା ଏକ ଦେଶୀ ବନ୍ଧୁକ ସଂଯୁକ୍ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏହି କାରଣରୁ ଲିଖିତ ଅଭିଯୋଗ ପରେ ଚଦ୍ରମଣିଙ୍କୁ କପ୍ତିପଦା ପୁଲିସ ଆଜି ଗିରଫ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes