ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ମହାରାଜପୁର ନିକଟ ଏକ ଗଛରୁ ପୁଲିସ ଆଜି ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି।

ମୃତକ ଜଣଙ୍କ ହେଲେ କଳିକାପୁରର କୁନ ବିନ୍ଧାଣିଙ୍କ ପୁଅ ସରୋଜ(୧୯ )। ସେ କୁକୁଡ଼ା ଦୋକାନରେ କାମ କରନ୍ତି। ତେବେ ସେ ପ୍ରେମ ସମ୍ପର୍କିତ ଘଟଣାକୁ ନେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରୁଛି ବୋଲି ଥାନା ଅଧିକାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes