ମୌସୁମୀରେ ବଗ ଓ ଗେଣ୍ଡାଳିଆଙ୍କ ଆଗମନ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡପଶି ଗ୍ରାମକୁ ମୌସୁମୀ ଆସିଲେ ଶହ ଶହ ବଗ, ଗେଣ୍ତାଳିଆ ଆସି ଗଛରେ ବସ ବାସ କରନ୍ତି। ସେଠାରେ ଅଣ୍ଡା ଦେଇ ଛୁଆ ଫୁଟିବା ପରେ ନିଜ ଅଞ୍ଚଳକୁ ବାହୁଡ଼ି ଯାଆନ୍ତି।

ଗ୍ରାମବାସୀମାନେ ସେମାନଙ୍କୁ କୌଣସି କ୍ଷତି କରୁନାହାନ୍ତି। ଏଣୁ ପ୍ରତ୍ୟେକ ବର୍ଷ ଆସିଥାନ୍ତି ବୋଲି ଗ୍ରାମବାସୀ ଶିବାନନ୍ଦ ନାଏକ କହିଛନ୍ତି। ତେନ୍ତୁଳି ଓ ବେଲ ଗଛରେ କାଠି, ପତ୍ର, ଘାସ, କୁଟା ଆଦି ସଂଗ୍ରହ କରି ଗଛରେ ବସା ବାନ୍ଧି ରହୁଥିବାରୁ ସେମାନଙ୍କ ସୁରକ୍ଷା କରିବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes