ମେଡିକାଲରେ ମାଡିଗଲା ବୋଲେରୋ; ୧ମୃତ, ୮ଗୁରୁତର

ଆଜି ପୂର୍ବାହ୍ନରେ ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ପକ୍ଷରୁ ନିୟୋଜିତ ଏକ ବୋଲେରୋ ଔଷଧ ଆଣି ଅନଲୋଡ଼ କରୁଥିବା ସମୟରେ ଷ୍ଟାର୍ଟ ଅବସ୍ଥାରେ ଗାଡି ଭିତରେ ଥିବା ଯୁବକଟିର ଅସାବଧାନତା ଯୋଗୁଁ ହଠାତ ରୋଗ ଦେଖାଇବାକୁ ଆସି ରେଜିଷ୍ଟ୍ରେସନ କାଉଣ୍ଟରରେ ଲାଇନରେ ଥିବା ଲୋକଙ୍କ ଉପରକୁ ଗାଡିଟି ଦ୍ରୁତ ଗତିରେ ମାଡି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ମହିଳା ଓ ଜଣେ ଶିଶୁ ସମେତ ୮ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ଆଗରପଡା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଓ ଗାଡିଟି ଜବତ ସହ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes