ମେଗା ବନୀ କରଣ କାର୍ଯ୍ୟକ୍ରମ ଆରମ୍ଭ

କେନ୍ଦୁଝର ବନ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ଅବସରରେ ବେଲଦା ରିଜର୍ଭ ଜଙ୍ଗଲ କେନ୍ଦୁଆ ଗ୍ରାମରେ ବନୀ କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନେଲୁଙ୍ଗ ପଂଚାୟତ ସରପଂଚ ଚନ୍ଦ୍ରମଣି ସିଂ,ସଦର ରେଞ୍ଜର ବିଜୟ କୁମାର ମହାନ୍ତ,ଫରେଷ୍ଟର କାଳନ୍ଦୀ ସାମଲ, ଫରେଷ୍ଟରଗାର୍ଡ ମିତ୍ରଭାନୁ ନାୟକ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବନସୁରକ୍ଷା ସମିତି ସଭ୍ୟାସଭ୍ୟ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

ବିଭିନ୍ନ ପ୍ରକାରର ଫଳ, ଔଷଧୀୟ ଆଦି ଚାରା ରୋପଣ କରାଯାଇଥିଲା। ଏହା ଦ୍ବାରା ପରିବେଶର ସୁରକ୍ଷା ସହ ସ୍ଥାନୀୟ ଲୋକ ଫଳ ପାଇପାରିବେ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes