ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ; ବ୍ୟାପକ ପନିପରିବା ଫସଲ ନଷ୍ଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ଚାଷୀ ଗୋଲକ ବିହାରୀ ବେହେରା ଫାର୍ମ ହାଉସରେ ପ୍ରାୟ ଛଅ ଏକର କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି , ଆଳୁ, କଖାରୁ ଫସଲ ନଷ୍ଟ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes