ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଏ ପାତଳୀ ଶ୍ରୀ କ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ରାତ୍ରିରୁ ମହାନଦୀକୁ ଯାଇ ପାଣି ଆଣି ଏବେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।
ମହାନଦୀରୁ ୧୦୮ ଗରା ଜଳ ଆଣିଥିବା ବେଳେ ଆଜି ୧୧ ଘଣ୍ଟା ସମୟରେ ଶ୍ରୀ ଜିଉମାନଙ୍କ ସ୍ନାନ ଯାତ୍ରା ହେବ ବୋଲି ଶ୍ରଦ୍ଧାଳୁ ଅଭିଶେକ ପାତ୍ର ସୂଚନା ଦେଇଛନ୍ତି ।