ଭୁଲିଆବନ୍ଧ ଛକରେ ଲାଗିଲା ମାଓ ବ୍ୟାନର

ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପଦ୍ମପୁର ରାସ୍ତା ମାଝୀ ପାଲି ( ଭୁଲିଆବନ୍ଧ ଛକ ) ମୁଖ୍ୟ ଛକରେ ଆଜି ସକାଳୁ ଏକ ଲାଲ ରଙ୍ଗର ମାଓ ବ୍ୟାନର ଲାଗିଥିବା ସ୍ଥାନୀୟ ଲୋକେ ଦେଖବାକୁ ପାଇଥିଲେ।

ଏହି ବ୍ୟାନରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଅଞ୍ଚଳରେ ଗରିବଙ୍କ ପାଇଁ ଆସୁଥିବା କାମ ମେସିନ ଦ୍ବାରା କରାଯାଉଛି।ଝାରମୁଣ୍ଡା,ଭାଙ୍ଗକୁଦ, ସାହ୍ଲେପାଲି,ମିଠାପାଲି ,ଗୁରୁଣ୍ଡା, ଜାମସେଠ ବରତୁଣ୍ଡାର କେତେକ ଲୋକେ ମାଓ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବା କୁହାଯାଇ ଏଥିରେ ସେମାନଙ୍କୁ ସତର୍କ କରା ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes