କେନ୍ଦୁଝର ଜିଲ୍ଲା ରେ ବେଆଇନ ବାଲି ଉତୋଳନ ଓ ଚାଲାଣ ପ୍ରତିବାଦରେ ଆଜି ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି ମହେଶ୍ଵର ସାହୁ କଂ ନେତୃତ୍ଵରେ କେନ୍ଦୁଝର ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
ଏହି ଚୋରା କାରବାରରେ ସରକାରୀ ଦଳ ବାହୁବଳି ନେତା ଓ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ସଂପୃକ୍ତ ଥିବାରୁ ବାଲି ମାଫିଆ ମାନେ ଖୁଲମଖୁଲା ଲିଜ ବାହାରେ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଥିବା ନଦୀ ସୁରକ୍ଷା ସମିତି ଜିଲ୍ଲା ସଂଯୋଜକ ସୁବ୍ରତ ମହାନ୍ତି ଅଭିଯୋଗ କରିଛନ୍ତି। ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।