ବୀରମହାରାଜପୁର ଲୋକମହୋତ୍ସବ ମାଲେଶ୍ରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ୮ମ’ ଲୋକମହୋତ୍ସବ ମାଲେଶ୍ରୀ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।

ସ୍ଥାନୀୟ ଉପଜିଲ୍ଲାପାଳ ଅଫିସରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପହଁଞ୍ଚିବା ପରେ ସେଠାରେ ଭୂମି ପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ମହୋତ୍ସବ କମିଟି ସଭାପତି ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ କର୍ତ୍ତା ଭାବରେ ପୂଜାରେ ବସି ପୂଜାକାର୍ଯ୍ୟ ସମାପନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes