ବୀରମହାରାଜପୁର ବନ୍ଦ ପାଳିତ

ପ୍ରତିବର୍ଷ ଦୋଳ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ହେଉଥିବା ୨୪ ପ୍ରହରୀ ନାମଯଜ୍ଞର ଯଜ୍ଞ ମଣ୍ଡପ ଥିବା ସ୍ଥାନରେ ଏବେ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ କରାଯିବାର ପ୍ରତିବାଦରେ ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବୀରମହାରାଜପୁର ସଦର ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ବନ୍ଦ ପାଳନ ହେତୁ ସଦର ଅଞ୍ଚଳରେ ପ୍ରତିଦିନ ବସିଥିବା ଦୈନିକ ବଜାର ସମେତ ବିଭିନ୍ନ ଦୋକାନଗୁଡ଼ିକ ବନ୍ଦ ଥିବାବେଳେ ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes