ବିଳମ୍ବରେ ଅଫିସ ଆସି ଥିବାରୁ କାରଣ ଦର୍ଶାଅ ନୋଟିସ

ଅଫିସକୁ ଦିନ ୧୦.୩୦ ସୁଦ୍ଧା ଆସି ନ ଥିବାରୁ ରାଜ୍ୟ ସରକାର ଭୁବନେଶ୍ବରରେ କାର୍ଯ୍ୟରତ ବାଣିଜ୍ୟ ଓ ପରିବହନ ବିଭାଗର ୨୫ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କ ଉକ୍ତ ଦିନର ଦରମା କାହିଁକି କଟା ଯିବ ନାହିଁ ବୋଲି କହିଛନ୍ତି।

ଗତ ୨୮ ତାରିଖରେ ବିଭାଗର ଦୁଇ ଜଣ ଅଣ୍ଡର ସେକ୍ରେଟାରୀ ସମେତ ବିଭିନ୍ନ ପଦବୀରେ କାର୍ଯ୍ୟକରୁଥିବା ଏହି କର୍ମଚାରୀ ମାନେ ବିଳମ୍ବରେ ଆସିଥିବାରୁ ତିନି ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes