କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ବେହେରା ସାହିର ଏକ ଆମ୍ବ ଗଛରୁ ମଙ୍ଗଳବାର ସକାଳୁ ଜଣେ ୩୨ ବର୍ଷୀୟ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି।
ମୃତ ମହିଳା ଜଣକ ହେଉଛନ୍ତି ଉକ୍ତ ଗ୍ରାମର ହେମନ୍ତ ବେହେରାଙ୍କ ସ୍ତ୍ରୀ ଚମ୍ପାବତୀ ସୁଆର। ଚମ୍ପାବତୀଙ୍କ ମନରୋଗ ଥିବା ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଛି।ମିଳିଥିବା ସୂଚନା ଅନୁଯାୟୀ ଚମ୍ପାବତୀଙ୍କ ସ୍ବାମୀ ଭୁବନେଶ୍ୱର ରହି କାର୍ଯ୍ୟ କରନ୍ତି।