ବିନିକା ସ୍ମାର୍ଟ ଲାଇବ୍ରେରୀକୁ ଶିକ୍ଷଣୀୟ ପୁସ୍ତକ ଦାନ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ବିନିକା ସ୍ପୋର୍ଟସ କ୍ଲବ ସ୍ମାର୍ଟ ଲାଇବ୍ରେରୀରେ ପରିଣତ ହେବାପରେ କ୍ୟାରିଅର ଗଠନ ଓ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଶିକ୍ଷଣୀୟ ପୁସ୍ତକ ପଡ଼ିବାକୁ ମିଳିବ ।

ଏହି ପରିପ୍ରେକ୍ଷୀରେ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ଉଲୁଣ୍ଡା ବ୍ଳକ ବିଜୁପ୍ରେମୀ ବିହାରୀଲାଲ ମିଶ୍ର ଓ ବିନିକା ଏନଏସି ଉଲ୍ଲେ ଗ୍ରାମର ସମାଜସେବୀ ରାମଗୋପାଲ ବାଗ ସ୍ୱଇଚ୍ଛାରେ ପୁସ୍ତକ ଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପୋର୍ଟସ କ୍ଲବ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes