ବିଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି: ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା, ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ସଂପନ୍ନ ହୋଇଛି।ଖଣିଜ ସଂପଦରେ ଭରପୁର ଓଡ଼ିଶାକୁ ଏହା ଦ୍ବାରା ଫାଇଦା ମିଳିବ।ଓଡ଼ିଶାର ୨୫ ଲକ୍ଷ ପରିବାରକୁ ମାଗଣା ବିଜୁଳି ସଂଯୋଗ ମିଳିଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟର ସଫଳ ମୁକାବିଲା ନେଇ କେନ୍ଦ୍ରର ଧ୍ୟାନ ରହିଛି।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଓଡ଼ିଶାକୁ ୮ ହଜାର କୋଟି ଦିଆଯାଇଛି ବୋଲି ମୋଦି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes