ଭାରତ ସ୍ୱାଧୀନ ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୬ତାରିଖରୁ ଆଜି ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯାଇଛି ଏହି ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକ କଳାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୱେବ ଲିଙ୍କ ମାଧ୍ୟମରେ ଉଦଘାଟନ କରିଛନ୍ତି।