୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି।
ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ବାଭାବିକ ଥିବା ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଥିବା ଦେଖାଯାଇଛି ।