କେନ୍ଦୁଝର ଜିଲ୍ଲା ଝୁମ୍ପୂରା ବ୍ଲକ ବଳରାମପୁର ଗ୍ରାମରେ ବଣୁଆ ବାରହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।
ପାଖ ଜଙ୍ଗଲକୁ ମହୁଲ ଆଣିବାକୁ ଯାଇଥିବା ବେଳେ ବାରହାଟି ଆକ୍ରମଣ କରୁଥିଲା। ତାଙ୍କ ନାମ ବନ୍ଧୁଆ ମହାନ୍ତ ବୋଲି ଜଣା ପଡ଼ିଛି। ତାଙ୍କର ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଗ୍ରାମବାସୀ ମାନେ ମେଡିକାଲକୁ ଆଣିଥିଲେ।