ବାଣ ନିଆଁରେ ୪ ବଖରା ଘର ପୋତି ପାଉଁଶ

ନିଆଁ ଲାଗି ୪ବଖରା ଘର ପୋଡି ପାଉଁଶ।ଦିପାବଳୀରେ ବାଣ ପଡି ନିଆଁ ଲାଗି ଘର ପୋଡିଥିବା ସନ୍ଦେହ।ଖୋର୍ଦ୍ଧା ଜଂକିଆ ଥାନା ହଜ ଗ୍ରାମ ପଞ୍ଚାୟତ କଲରାଝର ସାହିରେ ଘଟିଛି ଅଘଟଣ।ନିଆଁ ଲାଗି ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ସମସ୍ତ ଘରକକରଣା ଜିନିଷପତ୍ର ସମେତ ଧାନ ଚାଉଳ ପୋଡି ନଷ୍ଟ ହୋଇଛି।

ଖବର ପାଇ ରଣପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି।କଲରାଝର ଗ୍ରାମର କେଳୁ ଦାଶ,ରବିନ୍ଦ୍ର ଦାଶ,ବିଶ୍ୱମ୍ବର ଦାଶ ଓ ଦଣ୍ଡପାଣି ପ୍ରଧାନଙ୍କର ଗୋଟିଏ ଗୋଟିଏ ବଖରା ଘର ପୋଡି ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes